ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟ

ଆମ ପ୍ରତିନିଧି

Updated: 10 May 2026, 03:06 AM

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟ ।ସେବାୟତ ବିବାଦ ଯୋଗୁଁ ଚାପ ନ ଖେଳିମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟ ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ।ଭକ୍ତ ନିରାଶ। ସିଂହାରୀ ଓ ଶୁଦ୍ଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ଆଜି ନରେନ୍ଦ୍ର ପୁଷ୍କରିଣୀରେ ବନ୍ଦ୍ ରହିଛି ମହାପ୍ରଭୁଙ୍କ ଚାପ କ୍ରୀଡ଼ା।ଚାପ ରେ କେତେ ସଂଖ୍ୟକ ସେବକ ରହିବେ,ତାକୁ ନେଇ ହୋଇଥିଲା ବିବାଦ। ପ୍ରାୟ ସାଢ଼େ 3 ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର ।ଗତକାଲି କାଳ ବୈଶାଖୀ ଯୋଗୁଁ ଦିନ ଚାପ ମଧ୍ୟ ବନ୍ଦ ରହିଥିଲା।ତେବେ ରାତ୍ରୀ ଚାପ ପାଇଁ ରାତି 9 ଟା ରୁ ପ୍ରସ୍ତୁତି ସାରିଥିଲେ ହେଁ ରାତି 12 ଟା 30 ଯାଏଁ ବିବାଦ ତୁଟି ନଥିଲା ।ପରେ ପବନ ବେଗ ଓ ବର୍ଷାକୁ ନଜରରେ ରଖି ଚାପ ନ ଖେଳି ଶ୍ରୀମନ୍ଦିର ବାହୁଡ଼ା ବିଜେ କରିଥିଲେ ଦିଅଁ ।